Monday, 20 July 2026

Suicide or Murder? Mystery Deepens: ରଶ୍ମୀ ରଞ୍ଜନ ମୃତ୍ୟୁ: ମିଳିଲା ସୁଇସାଇଡ୍ ନୋଟ୍, ସ୍ତ୍ରୀଙ୍କୁ ପଚରାଉଚରା

ବାଲେଶ୍ୱରରେ ଯୁବ ଇଞ୍ଜିନିୟର ରଶ୍ମୀ ରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ଲାଗିରହିଛି ସସପେନ୍ସ। ରଶ୍ମୀଙ୍କ ପତ୍ନୀ ଓ ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର। ଇଞ୍ଜିନିୟର ସଂଘ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ଏହାରି ଭିତରେ ମୃତ ରଶ୍ମୀଙ୍କ ସ୍ତ୍ରୀଙ୍କୁ ଗତକାଲି ଦୀର୍ଘ ସମୟ ଧରି ଥାନାରେ ପଚରାଉଚା କରିଛି ପୋଲିସ। ଗତ ୧୬ ତାରିଖ ରାତିରେ ପତ୍ନୀଙ୍କ ଜନ୍ମଦିନରେ ଯୋଗ ଦେବାକୁ ସହଦେବଖୁଣ୍ଟା ଥାନା ବିଜୁ ପଟ୍ଟନାୟକ ଆଦର୍ଶ କଲୋନୀକୁ ଯାଇଥିଲେ ରଶ୍ମୀ। ସେଠାରେ ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁ ମିଶି ରଶ୍ମୀରଞ୍ଜନଙ୍କୁ ସେଠାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ସୁଇସାଇଡ ନୋଟ୍ ଜବତ କରିଛି ଫରେନ୍ସିକ ଟିମ୍। ସୁଇସାଇଡ ନୋଟ୍ ମୃତ ରଶ୍ମିରଞ୍ଜନଙ୍କ କି ନାହିଁ ସେନେଇ ଖୋଳତାଡ ଜାରି ରଖିଛି ପୋଲିସ।

Source: Read Full Article

Leave a Reply

Your email address will not be published. Required fields are marked *